This is default featured slide 1 title

Go to Blogger edit html and find these sentences.Now replace these sentences with your own descriptions.

This is default featured slide 2 title

Go to Blogger edit html and find these sentences.Now replace these sentences with your own descriptions.

This is default featured slide 3 title

Go to Blogger edit html and find these sentences.Now replace these sentences with your own descriptions.

This is default featured slide 4 title

Go to Blogger edit html and find these sentences.Now replace these sentences with your own descriptions.

This is default featured slide 5 title

Go to Blogger edit html and find these sentences.Now replace these sentences with your own descriptions.

Wednesday, 9 August 2017

ତିନି ଗୁଲାମ

ଏ ଗଳ୍ପଟି ଆରବ ଦେଶର କାହାଣୀ । ଅନେକ ପୂର୍ବର କଥା । କ୍ରୀତଦାସମାନଙ୍କୁ ସେମାନେ ଗୁଲାମ ବୋଲି କହୁଥିଲେ । ସେତେବେଳେ ବାଗଦାଦ୍ରେ ଜଣେ ବଡ ସୌଦାଗର ଥା’ନ୍ତି ତାଙ୍କ ପାଖରେ ଅନେକ ଗୁଲାମ ଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ତାଙ୍କର ସେବାରେ ନିଯୁକ୍ତ ଥା’ନ୍ତି । ଜଣେ ସୌଦାଗରଙ୍କର ପାଦସେବା କରେ, କି ଦିନ କି ରାତି । ଦ୍ୱିତୀୟଟି ସୌଦାଗରଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ପାଣି କାଢୁଥାଏ । ସାରା ଦିନ ସେ ସେଇ କାମରେ ଥାଏ । ତୃତୀୟଟି ସୌଦାଗରଙ୍କର ନିତିଦିନର ଆବଶ୍ୟକ ଜିନିଷ ସବୁ ବଜାରରୁ କିଣି ଘରକୁ ବୋହି ନେଇ ଆସେ । ସେମାନେ ବିନା ବିଶ୍ରାମରେ ଖଟୁଥା’ନ୍ତି । ସେମାନଙ୍କୁ ଖାଇବାକୁ ଅନ୍ୟ ଗୁଲାମମାନଙ୍କ ପରି ଦୁଇବକ୍ତ ଖାଇବା ମିଳେ ତାହା ମଧ୍ୟ ପେଟ ପୁରିବାକୁ ଯଥେଷ୍ଟ ନୁହେଁ ।
                ସୌଦାଗରଙ୍କର ବିବାହ ପରେ ଅନେକ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ହେଲା ନାହିଁ । ହଠାତ୍ ଗୋଟିଏ ପୁଅ ହେବା ଯୋଗୁଁ ସେ ଏତେ ଆନନ୍ଦ ହୋଇଗଲେ ଯେ ଭାବିଲେ କିଛି ଧର୍ମ କାର୍ଯ୍ୟ କରି ପୁଣ୍ୟ ଲାଭ କରିବେ । ଦିନେ ସେ ତାଙ୍କ ତିନି ଗୁଲାମଙ୍କୁ ପାଖକୁ ଡାକି କହିଲେ, “ତମେ ତିନିଜଣ ମୋର ବହୁତ କାମ କରିଛ ଓ ଉପକାର ମଧ୍ୟ କରିଛ । ତେବେ କାଲି ଯିଏ ସବୁଦିନଠାରୁ ବେଶି କାମ କରିବ ତାକୁ ମୁଁ ଏହି ଦାସତ୍ୱର ଶୃଙ୍ଖଳରୁ ସବୁଦିନ ଲାଗି ମୁକ୍ତ କରିଦେବି ।
ପରଦିନ ଦ୍ୱିତୀୟ ଓ ତୃତୀୟ ଗୁଲାମ ମନଦେଇ ବହୁତ କାମ ଓ ପରିଶ୍ରମ କରି ଖଟୁଥା’ନ୍ତି । ଖଟି ଖଟି ସେ ଦୁହେଁ ସଂଧ୍ୟା ବେଳକୁ ବୋହୋସ୍ ହୋଇ ପଡିଲେ । କିନ୍ତୁ ପ୍ରଥମ ଜଣକ ସେଦିନ ମାଲିକଙ୍କର ପଦସେବା କରିବାକୁ ଗଲା ନାହିଁ । ଅନ୍ୟ କୌଣସି କାମ ମଧ୍ୟ କଲା ନାହିଁ । ସେ ଖାଲି ଆରାମ୍ରେ ଶୋଇଥାଏ । ସୌଦାଗର ତାକୁ ବହୁ ସମୟ ଅପେକ୍ଷା କଲେ । ସେ ନ ଆସିବାରୁ ସୌଦାଗର ରାଗରେ ଲାଲ୍ ହୋଇଗଲେ । ସେ ଅନ୍ୟ ଚାକରମାନଙ୍କୁ ଆଦେଶ ଦେଲେ କି ତା’ର ହାତ ବାନ୍ଧି ଯେପରି ତାଙ୍କ ନିକଟକୁ ଅଣାଯାଏ ।
ଚାକରମାନେ ତା’ର ହାତ ବାନ୍ଧି ଘୋଷାରି ଘୋଷାରି ଆଣି ତାକୁ ମାଲିକଙ୍କ ଆଗରେ ପକାଇ ଦେଲେ । ସୌଦାଗର ପଚାରିଲେ, “ଏ ମୂର୍ଖ ଏବେ ପର୍ଯ୍ୟନ୍ତ କ’ଣ କରୁଥିଲା?”
ଚାକରମାନେ କହିଲେ “ହଜୁର୍ ସେ ଆରାମ୍ରେ ବସିଥିଲା । ସାରା ଦିନ କୌଣସି କାମ କରିନାହିଁ ।”
ସୌଦାଗର ଅନ୍ୟ ଦୁଇ ଗୁଲାମଙ୍କ ବିଷୟରେ ପଚାରିଲେ । ଚାକରମାନେ କହିଲେ, “ସେମାନେ ଦିନ ରାତି କାମ କରି କରି ବେହୋସ ହୋଇ ପଡିଛନ୍ତି ।”
ସୌଦାଗର କହିଲେ, “ସେମାନଙ୍କୁ ମଧ୍ୟ ଏଠାକୁ ଅଣାଯାଉ ।”
ତୁରନ୍ତ ଚାକରମାନେ ସେ ଦୁହିଁଙ୍କୁ ବେହୋସ୍ ଅବସ୍ଥାରେ ସୌଦାଗରଙ୍କ ନିକଟକୁ ଆଣିଲେ । ସୌଦାଗର କହିଲେ, “ସେମାନଙ୍କୁ ଚିକିତ୍ସା କରି ଭଲ ଅବସ୍ଥାକୁ ଆଣ ।”
ତା’ପରେ ଚାକରମାନେ ସେ ଦୁହିଁଙ୍କ ମୁହଁରେ ପାଣି ଛାଟି ସେମାନଙ୍କୁ ଚେତା କରାଇଲେ । ଯାହା ଦ୍ୱାରା କି ସେମାନେ ଧୀରେ ଧୀରେ ସୁସ୍ଥ ହୋଇ ଉଠି ବସିଲେ । ସୌଦାଗର ସେମାନଙ୍କ ଉପରେ ବହୁତ ଖୁସି ହୋଇଥିଲେ । କାହିଁକିନା ସେମାନେ ଦିନରାତି କାମ କରି ମାଲିକଙ୍କୁ ଖୁସି କରିଥିଲେ ସୌଦାଗର ସେମାନଙ୍କୁ କହିଲେ, “ତୁମେ ଦୁହେଁ ମୋ କଥାକୁ ଶିରୋଧାର୍ଯ୍ୟ କରି କାମ କରିଛ । ସେଥିରେ ମୁଁ ଖୁବ୍ ଖୁସି । ଏବେ ମୁଁ ତୁମକୁ ଦାସତ୍ୱର ବନ୍ଧନରୁ ମୁକ୍ତ କରି ଦେଉଛି । ଏବେ ତୁମେ ଦୁହେଁ ନିଜ ଇଚ୍ଛା ଅନୁସାରେ ନିଜର ଜୀବନ ବିତାଇ ପାର ।
ଏହାପରେ ସେ ଦୁହେଁ ସୌଦାଗରଙ୍କୁ ଧନ୍ୟବାଦ ଦେଇ ନିଜ ରାସ୍ତାରେ ଚାଲିଗଲେ । ଏବେ ସେ ସୌଦାଗର ପ୍ରଥମ ଗୁଲାମକୁ ପଚାରିଲେ, “ଆରେ ମୂର୍ଖ, ଓଲୁ, ଗଧ, ତୋତେ ଯେଉଁ ସୁଯୋଗ ମିଳିଥିଲା ତାକୁ ତୁ ପଦାଘାତ କଲୁ । ତୁ ଏଡେ ବୋକା ବୋଲି ମୁଁ ଜାଣି ନଥିଲି । ଆଜି ଦିନରେହିଁ ଅଳସୁଆ ହୋଇ ବସିବାକୁ ତୋତେ ଅବସର ମିଳିଲା? କ’ଣ ଦାସତ୍ୱରୁ ମୁକ୍ତ ହେବାକୁ ତୋର ଇଚ୍ଛା ନାହିଁ?”
ମାଲିକଙ୍କର ଏହି କଟୁକ୍ତି ଶୁଣି ଗୁଲାମର ଆଖି ଲୁହରେ ଛଳ ଛଳ ହେଲା । ଭଙ୍ଗା କଣ୍ଠରେ ସେ କହିଲା, “ମାଲିକ, ମୁଁ ଯେତେଦିନ ପର୍ଯ୍ୟନ୍ତ ଜୀବିତ  ଥିବି ଆପଣଙ୍କରହିଁ ସେବା କରୁଥିବି । ଦାସତ୍ୱରୁ ମୁକ୍ତିଲାଭ କରିବାକୁ ଆପଣ ମୋତେ ସୁଯୋଗ ଦେଇଥିଲେ କିନ୍ତୁ ମୁଁ ଆପଣଙ୍କୁ ଛାଡି ଆଉ କୁଆଡେ ବି ଯିବାକୁ ଚାହୁଁନାହିଁ । ସେଥିପାଇଁ ମୁଁ ଇଚ୍ଛାକରି ଆପଣଙ୍କ ସେବା କରିବାକୁ ଆଜି ଆସିନାହିଁ । ମୁଁ ଚିରଦିନ ପାଇଁ ଆପଣଙ୍କର ଗୁଲାମ୍ ହୋଇ ରହିବାକୁ ଚାହେଁ ।”
ଏବେ ସୌଦାଗର ପ୍ରକୃତ କଥା ବୁଝି ପାରିଲେ । ତାଙ୍କ ମନ ସେ ଗୁଲାମ ପ୍ରତି ଦୟା ଓ ଶ୍ରଦ୍ଧାରେ ଭରିଗଲା । ସ୍ନେହରେ ତାଙ୍କର କଣ୍ଠରୁଦ୍ଧ ହେଲା – ସେ କହିଲେ, “ଆରେ ପାଗଳା, ତୁ ଦାସତ୍ୱରୁ ମୁକ୍ତ ହେବା ଅର୍ଥ ଏହା ନୁହେଁ ଯେ ତୁ ମୋତେ ଛାଡି ଚାଲିଯିବୁ । ଯାହାହେଉ ତୁ ବହୁଦିନ ଧରି ଅତି ଆନ୍ତରିକତାର ସହିତ ମୋର ସେବା କରିଛୁ । ତେଣୁ ପୁରସ୍କାର ସ୍ୱରୂପ ଆଜି ମୁଁ ତୋତେ ଦାସତ୍ୱରୁ ମୁକ୍ତ କଲି । ତୁ ଯଦି ମୋତେ ଛାଡିଯିବାକୁ ଚାହୁଁନାହୁଁ, ତେବେ ମୁଁ ତୋତେ ଆଜିଠାରୁ ଗୋଟିଏ ଚାକିରୀ ଦେବି । ଯାହା ଫଳରେ ତୁ ସ୍ୱାଧୀନ ଭାବରେ ଟଙ୍କା ରୋଜଗାର କରି ଚଳିପାରିବୁ । ଏବେ ତୁ ଖୁସି ତ?”
ଏକଥା ଶୁଣି ଗୁଲାମ୍ ବହୁତ ଖୁସି ହୋଇ ମାଲିକଙ୍କର ଚରଣ ସ୍ପର୍ଶ କଲା । ସୌଦାଗର ଅତି ସ୍ନେହରେ ତାକୁ ଆଲିଙ୍ଗନ କରି କହିଲେ, “ଏବେ ତୋର ଭବିଷ୍ୟତ ଅତି ଆନନ୍ଦରେ କଟିବ । ଗୋଟିଏ ସୁନ୍ଦର ଝିଅ ସହିତ ମୁଁ ତୋର ବିବାହ କରାଇ ଦେବି ।”
ସୌଦାଗର ତାଙ୍କର କଥା ରଖିଲେ । ଗୁଲାମ ସହିତ ଏକ ସୁନ୍ଦର ଝିଅର ବିବାହ କରାଇ, ଚାକିରୀ ଦେଇ, ତାକୁ ସେ ନିଜ ପାଖରେ ରଖିଲେ । ତା’ପରେ ସେ ମହା ଆନନ୍ଦରେ ଦିନ କଟାଇଲା ।

ଏତେ ସପନକୁ ରାତି କାହିଁ

ଛାତ୍ରାବାସରେ ତ ଅନେକ ପିଲା ରହି ପାଠ ପଢୁଥାନ୍ତି । ଦିନକର କଥା । କଲେଜ ଅଧ୍ୟକ୍ଷ ବିଳମ୍ବିତ ରାତିରେ ପିଲାମାନେ କ’ଣ କରୁଛନ୍ତି ବୋଲି ସେମାନଙ୍କୁ ଦେଖିବାକୁ ବାହାରିଲେ । ସେତେବେଳେକୁ ତ ସେ କଲେଜର ସେମିଷ୍ଟାର ପରୀକ୍ଷା ଶେଷ ହୋଇଯାଇଥାଏ । ଫଳରେ ସେ ପିଲାଙ୍କର ଆଉ ବିଳମ୍ବିତ ରାତି ଯାଏଁ ପାଠ ପଢିବା ନ ଥାଏ । ତେଣୁ ପିଲାମାନେ ରାତି ଦଶଟା ପରେ ଶୋଇଯାଇଥାନ୍ତି ।
ଅଧ୍ୟକ୍ଷ ଦେଖିଲେ ଜଣେ ପିଲା ତା’ର ପ୍ରକୋଷ୍ଠରୁ ବାହାରିଆସି ବାରଣ୍ଡାରେ କିଛି ସମୟ ବୁଲିଲା, ଓ ତା’ପରେ ସେ ପୁଣି ପ୍ରକୋଷ୍ଠ ଭିତରକୁ ପଶିଗଲା । କିଛି ସମୟ ପରେ ସେ ପୁଣି ବାହାରିଲା ଓ ପଶିଲା । ସେ ପିଲାଟିର ଏଭଳି ହାବଭାବରୁ ଅଧ୍ୟକ୍ଷ ଜାଣିପାରିଲେ ଯେ, ବୋଧହୁଏ ତାକୁ ନିଦ ଲାଗୁନି ।
ତା’ପରଦିନ ସକାଳୁ ଅଧ୍ୟକ୍ଷ ସେ ପିଲାଟିକୁ ଡାକି ପଚାରିଲେ, “ତୁମର କିଛି ସମସ୍ୟା ଅଛି କି?” ପିଲାଟି ମନା କରିବାରୁ ସେ ପୁନଶ୍ଚ ପଚାରିଲେ, “ଗତକାଲି ବିଳମ୍ବିତ ରାତିରେ ମୁଁ ତୁମର ଛାତ୍ରାବାସକୁ ଯାଇଥିଲି । ଦେଖିଲି, ତୁମେ ଶୋଇ ପାରୁନଥିଲ । ବାରମ୍ବାର ଖାଲି ଘରୁ ବାରଣ୍ଡା ଓ ବାରଣ୍ଡାରୁ ଘର ବୁଲାବୁଲି କରୁଥିଲ । ତେଣୁ ମୁଁ ଭାବିଲି ବୋଧହୁଏ ତୁମର କିଛି ଅସୁବିଧା ଥିବାରୁ ତୁମକୁ ନିଦ ଲାଗୁ ନଥିଲା?”
ଅଧ୍ୟକ୍ଷଙ୍କ କଥାରେ ସେ ପିଲାଟି ହସି ହସି କହିଲା, “ମହାଶୟ! ମୁଁ ତ ସ୍ୱପ୍ନ ଦେଖୁଥିଲି?”
ତହୁଁ ସେ ଅଧ୍ୟକ୍ଷ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଇଏ କେମିତିକା କଥା? କିଏ ସିନା ଶୋଇବା ଅବସ୍ଥାରେ ସ୍ୱପ୍ନ ଦେଖେ, ହେଲେ ତୁମେ ଚେଇଁରହି ଚାଲିଚାଲି ଏମିତି କି ସ୍ୱପ୍ନ ଦେଖୁଥିଲ କି? ଶୋଇବା ଅବସ୍ଥାରେ ଚାଲିବା ରୋଗ ତୁମର ଅଛି କି?”
ଏହାଶୁଣି ସେ ଛାତ୍ରଟି କହିଲା, “ନା, ନା, ସେ ରୋଗ ମୋର ନାହିଁ, କିନ୍ତୁ ମୁଁ ଯେଉଁ ସ୍ୱପ୍ନ ଦେଖୁଛି, ତାହା ମୋର ନିଦ ହରଣ କରି ନେଇଛି ।”
ଛାତ୍ରର ଏଭଳି କଥା ଶୁଣି ସେ ଅଧ୍ୟକ୍ଷ ଜଣକ ପୁନଶ୍ଚ ପଚାରିଲେ, “କି ସ୍ୱପ୍ନ ଦେଖୁଛ ଟିକିଏ କହିଲ?”
ତହୁଁ ସେ ପିଲାଟି କହିଲା, “ମୁଁ ଗୋଟିଏ ଦରିଦ୍ର ପରିବାରର ପିଲା । ପାଠ ପଢି ଖୁବ୍ ବଡ ବୈଜ୍ଞାନିକ ହେବାକୁ ମୋର ଭାରି ଇଚ୍ଛା । ସେଥିଲାଗି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗବେଷଣା କରିବାକୁ ମୁଁ ଚାହେଁ । ସେଇ ଝୁଙ୍କ ହିଁ ମୋର ମୁଣ୍ଡରେ ପଶିଲା ଦିନଠାରୁ ମୋର ନିଦ ହଜି ଯାଇଛି । ମୁଣ୍ଡରେ ଏବେ ମୋର କେବଳ ଗୋଟିଏ ଚିନ୍ତା ଯେ, ମୁଁ କିଭଳି ଜଣେ ବଡ ବୈଜ୍ଞାନିକ ହେବି? ତାହାହିଁ ମୋର ସ୍ୱପ୍ନ । ଆଉ ସେହି ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ମୋତେ ନିଦ ଲାଗୁନି ।”
ଠିକ୍ ସେତିକିବେଳେ ସେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜଣେ ଅଧ୍ୟାପକ ବସିଥିଲେ । ପିଲାଟି ମୁହଁରୁ ଏଭଳି କଥା ଶୁଣି ସେ ଆଗ ହସିଦେଲେ । ତା’ପରେ ସେ କହିଲେ, “ଏତେ ସପନକୁ ରାତି କାହିଁ?”
ଅଧ୍ୟାପକଙ୍କର ଏଭଳି ତାତ୍ସଲ୍ୟପୂର୍ଣ୍ଣ କଥା ଶୁଣି ସେ ପିଲାଟି ସତେଯେମିତି ଚିହିଁକି ଉଠିଲା । ତା’ର ମନୋବଳ ଅହୁରି ବଢିଗଲା । ସେଦିନ ସେହିଠାରେ ହିଁ ସେ ପ୍ରତିଜ୍ଞା କଲା, ଦିନେନା ଦିନେ ସେ ନିଶ୍ଚୟ ବଡ ବୈଜ୍ଞାନିକ ହେବ ।
ଅବଶ୍ୟ ପିଲାଟିର ହାବଭାବରୁ ଅଧ୍ୟକ୍ଷ ଜାଣିପାରିଥିଲେ ଯେ, ଏଇ ପିଲାଟି ନିଶ୍ଚୟ ଦିନେ ବଡ ବୈଜ୍ଞାନିକ ହେବ । ସୁତରାଂ ସେଦିନ ସେଇ ପିଲାଟିକୁ ସେ କହିଥିଲେ, “ତୁମର ସ୍ୱପ୍ନ ଅବଶ୍ୟ ଦିନେ ନା ଦିନେ ଚରିତାର୍ଥ ହେବ । ଏବେ ତୁମେ ଯାଇପାର ।”
ପିଲାଟି ସେଠାରୁ ଚାଲିଗଲା ପରେ ଅଧ୍ୟକ୍ଷ ସେହି ଅଧ୍ୟାପକଙ୍କୁ କହିଲେ, “ଶୋଇଥିବା ବେଳେ ତ ସମସ୍ତେ ସ୍ୱପ୍ନ ଦେଖନ୍ତି । ହେଲେ ରାତି ପାହିଗଲା ପରେ ସେ ସ୍ୱପ୍ନସବୁ ମଉଳିଯାଏ, ଆଉ ମନରେ ବି ନଥାଏ । କିନ୍ତୁ ଯେଉଁ ସ୍ୱପ୍ନ ଆଖିରୁ ନିଦ ହଜେଇ ଦିଏ, ସେହି ସ୍ୱପ୍ନ ହିଁ ସତରେ ପରିଣତ ହେଲାଯାଏଁ ମନରେ ବଂଚିରହେ । ଦେଖିବ, ଏ ପିଲା ଦିନେ ନିଶ୍ଚୟ ବଡ ବୈଜ୍ଞାନିକ ହେବ ।”
ସତକୁ ସତ ସେଇ ପିଲାଟି ନିଜର ଅଧ୍ୟବସାୟ ବଳରେ ଦିନେ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ପାଲଟି ଯାଇଥିଲା, ଯାହାଙ୍କର ନାମ ଥିଲା – “ସାର୍ ଆଇଜାକ୍ ନିଉଟନ୍ ।”
“ସବୁ ସ୍ୱପ୍ନ ହୁଏ ନାହିଁ ସତ୍ୟ ତଥାପି କେତେକ ହୁଏ
ସତ୍ୟ ହୁଏ ସେହି ସ୍ୱପ୍ନ ଦିନେ ଯିଏ ନିଦକୁ ହଜେଇଦିଏ ।”

ସନ୍ଦେହ

ହରିପୁର ଗ୍ରାମର ମୁଖିଆ ଦିନେ ସହରରୁ ତାଙ୍କ କାମସାରି ଗ୍ରାମକୁ ଫେରୁଥା’ନ୍ତି । ବାଟରେ ଘୋଡାରୁ ଓହ୍ଲାଇ ନିକଟସ୍ଥ ପୁଷ୍କରିଣୀରେ ଘୋଡାକୁ ପାଣି ପିଆଇ ବୃକ୍ଷଛାୟାରେ କିଛି ସମୟ ସେ ବିଶ୍ରାମ କଲେ । ତା’ପରେ ଘୋଡା ଚଢି ବାହାରିବା ବେଳକୁ ତାଙ୍କ ଗ୍ରାମର ଧାନ ବେପାରୀ ନଟପାତ୍ର ମଧ୍ୟ ଘୋଡା ଚଢି ତାଙ୍କ ସଙ୍ଗରେ ଗ୍ରାମକୁ ଫେରିଲା ।
                ମୁଖିଆ ଅତ୍ୟନ୍ତ ଶାନ୍ତ ଓ ଭଦ୍ର, ମାତ୍ର ନଟିଆ ବାଚାଳ । ଆରମ୍ଭରୁ ଗଡଗଡ କରି ସେ ଗପି ଚାଲିଲା, ହାଟରେ କେତେ ଧାନ ବିକ୍ରି ହେଲା, କେତେ ଟଙ୍କା ଥିଲା; କେଉଁଠି କିଏ ଠକୁଠକୁ ଧରା ପଡିଲା ଇତ୍ୟାଦି । ମୁଖିଆଙ୍କୁ ଏସବୁ ବଡ କଷ୍ଟ ହେଉଥାଏ, ସେ କିନ୍ତୁ ମୌନ ରହି ସବୁ ଶୁଣୁଥାନ୍ତି । ଗ୍ରାମ ଅନେକ ବାଟ ଅଛି । ହଠାତ୍ ମୁଖିଆଙ୍କ ମୁଣ୍ଡକୁ ଏକ ବୁଦ୍ଧି ଯୁଟିଲା । ସେ କହିଲେ, “ନଟ, ଆମ ଗ୍ରାମ ଆରମ୍ଭରେ ଶ୍ରୀରାମଙ୍କ ମନ୍ଦିର । ସେଠାରେ ପହଁଚିବା ପର୍ଯ୍ୟନ୍ତ ଯଦି ତୁମେ ମନ ଭିତରେ ରାମ ନାମ ଜପ କରିବ, ତେବେ ଏ ଘୋଡାଟି ମୁଁ ତୁମକୁ ପୁରସ୍କାର ଦେବି ।”
                “ଆଃ । ଇଏ କିବା କଥା? ଦେଖନ୍ତୁ ମୋ ମୁହଁରେ ତାଲା ପଡିଲା ।” ଏତିକି କହି ନଟ ଚୁପ୍ ରହିଲା । ଦୁହେଁ ପାଖାପାଖି ଘୋଡାରେ ବସି ଚାଲିଥାନ୍ତି ।
ନଟ ତ ବେପାରୀ ଲୋକ । ମନରେ ତା’ର ସନ୍ଦେହ ହେଲା ଯେ ବାଜି ଜିତିଗଲେ ଖାଲି ଘୋଡାଟା ଦେବେ ନା ତା’ରି ପିଠି ଉପରେ ଥିବା ଗଦି ଇତ୍ୟାଦି ଦେବେ? ଠକି ଦେବେ କି ଆଉ?”
ମନ୍ଦିର ଅଳ୍ପ ଦୂର ଅଛି ସେ କହି ପକାଇଲା, “ଘୋଡାର ସମସ୍ତ ଜିନିଷ ସହ ଘୋଡାଟି ଦେବେ ତ? ନା ଠକି ଦେବେ?”

ହୁସ୍ ହୁସ୍

ଭୟଙ୍କର ତୋଫାନ୍ରେ ଗୋଟିଏ ନୌକା ହଠାତ୍ ଡୁବି ଗଲା । ମାତ୍ର ସେଥିରେ ଥିବା ତିନିଜଣ ଲୋକ କୌଣସି ମତେ ପହଁରି ଗୋଟିଏ ଦ୍ୱୀପରେଯାଇ ପହଁଚିଲେ । ଯାହା ହେଉ ସେମାନଙ୍କର ପ୍ରାଣ ବଂଚିଗଲା ।
                ସେହି ଦ୍ୱୀପଟି ଫଳଫୁଲରେ ଭରା, ଜନମାନବଶୂନ୍ୟ । ପାଖରେ ନଦୀଟିଏ ବହିଯାଉଥାଏ । ସେଥିରେ ମାଛ ଭର୍ତ୍ତି । ତିନିଜଣ ଯାକ ସେହିସବୁ ଖାଇ ଜୁଆ ଖେଳନ୍ତି ଓ ପ୍ରାଣ ବଂଚେଇ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗ୍ରାମମୁଖିଆ, ଜଣେ ହେଉଛନ୍ତି ଚାଷୀ ଓ ଅନ୍ୟଟି ଲଫଙ୍ଗା ।
ଦିନେ ସେ ତିନିଜଣଯାକ ସମୁଦ୍ର କୁଳରେ ବୁଲୁଥା’ନ୍ତି । ମୁଖିଆ ଦେଖିଲେ ସମୁଦ୍ରବାଲିରେ ଗୋଟିଏ ବୋତଲ ପଡିଛି । ଚାଷୀ ତାକୁ ହାତରେ ଉଠାଇ ଧରିଲା ଓ ସେ ଲଫଙ୍ଗା ଲୋକଟି ତା’ର ଠିପି ଖୋଲି ଦେଲା । ତାହା ଭିତରୁ ଏକ ବିରାଟ ଭୂତ ବାହାରିଲା, ତା’ପରେ ସେ ଭୂତଟି ଅଟ୍ଟହାସ୍ୟ କଲା । ତାକୁ ଦେଖି ଏ ତିନିଜଣ ଯାକ ଅତ୍ୟନ୍ତ ଭୟରେ ଥରି ସେଠାରୁ ଧାଇଁ ପଳାଇବାକୁ ଲାଗିଲେ । ଭୂତ କହିଲା, “ଆହାହା, ପଳାଅନାହିଁ, ମୁଁ ତୁମର ସେମିତି କିଛି କ୍ଷତି କରିବି ନାହିଁ । ତୁମେମାନେ ତ ମୋତେ ଏ ବୋତଲ ଭିତରୁ ମୁକ୍ତି ଦେଇଛ । ତେଣୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ବର ମାଗ । ମୁଁ ତୁମର ଇଚ୍ଛା ଅବଶ୍ୟ ପୂର୍ଣ୍ଣ କରିବି । ଗ୍ରାମ ପ୍ରମୁଖ କହିଲା, “ଗ୍ରାମବାସୀଙ୍କ ଝଗଡା ସମାଧାନ କରିବାକୁ ମୋର ଏବେହିଁ ଗ୍ରାମକୁ ଯିବା ଦରକାର ।”
ତା’କଥା ଶୁଣି ଭୂତଟି “ହୁସ୍” କହିଦେବା ମାତ୍ରେ ସେହି କ୍ଷଣି ସେ ଗ୍ରାମ ପ୍ରମୁଖ କୁଆଡେ ଅନ୍ତର୍ଦ୍ଧାନ ହେଲା । ଚାଷୀଟି କହିଲା, “ଫସଲ କଟା ସମୟ । ଗ୍ରାମକୁ ଗଲେ ଫସଲ କାଟନ୍ତି ।”
ତା’ପରେ ସେ ଭୂତଟି “ହୁସ୍” କହିବାରୁ ସେ ଚାଷୀଟି ବି ତତକ୍ଷଣାତ୍ ଅଦୃଶ୍ୟ ହୋଇଗଲା ।
ଲଫଙ୍ଗା କହିଲା, “ଆରେ ଦି’ଜଣ ତ ପଳେଇଲେ! ମୁଁ କିପରି ଜୁଆ ଏକେଲା ଖେଳିବି? ତିନିଜଣ ହେଲେ ସିନା ଏ ଖେଳ ଜମିବ ।”
ଭୂତ “ହୁସ୍ ହୁସ୍” କହିଲା ଓ ତତ୍କ୍ଷଣାତ୍ ସେ ଅନ୍ୟ ଦୁଇଜଣ ମଧ୍ୟ ସେଠାରେ ଆସି ହାଜର୍ । ତା’ପରେ ଭୂତ କିନ୍ତୁ ଉଭାନ୍ ହୋଇଗଲା ।